🌹କାଳି ଝିଅ 🌹
(କେହି ଭିନ୍ନ ଅର୍ଥରେ ନେବେ ନାହିଁ )
..................................
ସତେ ଅବା ମୁହିଁ କରିଅଛି ପାପ
ଜନମି ଏନ୍ତୁଡିଶାଳେ
କିଏ ଦେଖି ନାକ ଟେକିଦିଏ ପୁଣି
ନ ଧରେ ମୋତେ ତା କୋଳେ ।।1
ସାଙ୍ଗ ସାଥି ମେଳେ ଟାପରା କରନ୍ତି
ଖତେଇ ହୁଅନ୍ତି ମୋତେ
ସାଙ୍ଗମାନେ କେବେ ଭଲପାଆନ୍ତିନି
ଘୃଣା ଯେ କରନ୍ତି କେତେ ।। 2
ବାପା ଭାଇ ସିନା କହନ୍ତିନି କିଛି
ସରାଗ ନଥାଏ ମନେ
ଜନ୍ମଦାତ୍ରୀ ମାଆ କହିବ କାହାକୁ
ନ ଜାଣିଲା ପରି ମଣେ ।। 3
କା ଆଖି ନଜର ମୋଠାରେ ପଡେନି
ଛୁଏଁ ଯେବେ ଯଉବନ
ଇଛା ହୁଏ ବିଷ ପିଇ ଦେବା ପାଇଁ
ହାରିବାକୁ ଏ ଜୀବନ ।।4
ମୋ ସାଙ୍ଗ ସାଥିର ବାହାଘର ହୁଏ
ବସିଥାଏ ମୁହିଁ ଚାହିଁ
କେତେ ଯେ ପ୍ରସ୍ତାବ ଭାଙ୍ଗି ଯେ ଗଲାଣି
ହିସାବ ତ ରଖି ନାହିଁ ।।5
ବାହାଘର ଲାଗି ବାପା କରେ ଚିନ୍ତା
ଚିନ୍ତା କରେ ଭାଇ , ବୋଉ
କାଳି ଝିଅ ବୋଲି ପସନ୍ଦ ହୁଏନି
କରିବାକୁ ମୋତେ ବୋହୂ ।। 6
( ସହଦେବ ବେହେର )
![]() |
| Kali jhia short odia Poem |
Nowadays every couple wants their children to be especially glorious. If for some reason their baby is born black, then here's a picture of how this society reacts to it.
ଯଦି ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଆମର ଏହି ପୃଷ୍ଠାକୁ follow କରନ୍ତୁ .


Very good website, thank you.
ReplyDeleteOdia Book Bidagdha Chintamani
Order Odia Books
Odia Books Online